କୁଶଙ୍ଗକୁ ୭୨ ଘଂଟା ସଟ୍‌ଡାଉନ୍‌ କଲେ ସରପଞ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ଲକ୍‌ ଅଧୀନସ୍ଥ କୁଶଙ୍ଗ ପଞ୍ଚାୟତ ଅଂଚଳକୁ ୭୨ ଘଂଟା ପାଇଁ ସଟ୍‌ଡାଉନ୍‌ କରିଛନ୍ତି ସରପଞ୍ଚ ଯଦୁମଣି ପଧାନ । ତେବେ ସୂଚନା ଅନୁସାରେ ୨୭ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ । ଉକ୍ତ ସଟ୍‌ଡାଉନ୍‌ ସମୟରେ ଦୋକାନ ବଜାର ତଥା ବ୍ୟାଙ୍କ ସେବା ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କେବଳ ଔଷଧ ଦୋକାନ, ଦୁଗ୍ଧ ବିକ୍ରୟ ଦୋକାନ ଖୋଲା ରହିବ । ଏହି ଘୋଷଣାର ଖିଲାପ ହେଲେ କୋଭିଡ-୧୯ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦର୍ଶା ଯାଇଛି ।

Leave A Reply

Your email address will not be published.