୯ ଦିନ ପରେ ମହାବୀର ରେସିଡେନ୍ସିରୁ ଉଠିଲା କଂଟେନମେଂଟ ଜୋନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ୱାର୍ଡ ନଂ. ୧୪ ମହାବୀର ରେସିଡେନ୍ସିୁରେ କରୋନା ସଂକ୍ରମିତ ରୋଗକୁ ଦୃଷ୍ଟି ରଖି ଗତ ୧୯.୦୮.୨୦୨୦ରିଖ ଦିନ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲେ । ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ସୋମେଶ କୁମାର ଉପାଧ୍ୟାୟ ଏହା ଘୋଷଣା କରିଥିଲେ । ମହାବୀର ରେସିଡେନ୍ସିରେ ୨୪ରୁ ଉର୍ଦ୍ଧ ସଂକ୍ରମିତ ରୋଗୀ ଚିହ୍ନଟ ହେଲା ପରେ ସମସ୍ତ ବାସିନ୍ଧାଙ୍କୁ ଗୃହ ସଂଘରୋଧରେ ରହିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଧେଶ ଜାରି ହୋଇଥିଲା । ଆଜି ୯ ଦିନ ପରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ଚିଠି ନଂ.୩୦୯୯ ତା. ୨୭.୮.୨୦୨୦ ମଧ୍ୟରାତ୍ରରୁ କଂଟେନମେଂଟ ଜୋନ ଉଠାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ମହାବୀର ରେସିଡେନ୍ସିରୁ କଂଟେନମେଂଟ ଜୋନ ଉଠିଯିବା ସହ ରେସିଡେନ୍ସରେ ବାସ କରୁଥିବା ବାସିନ୍ଧାମାନେ ସାମାଜିକ ଦୂରତା ରକ୍ଷା କରି ଚଳପ୍ରଚଳ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.