ନୂଆଁଖାଇ ପରେ ପୁର୍ନବାର ଟିଟିଲାଗଡ ଉପଖଣ୍ଡରେ ସପ୍ତାହନ୍ତ ସଟ୍‌ଡାଉନ ଘୋଷଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ନୂଆଁଖାଇ ପରେ ପୁର୍ନବାର ଟିଟିଲାଗଡ ଉପଖଣ୍ଡକୁ ସପ୍ତାହନ୍ତ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କଲେ ଉପଜିଲ୍ଲାପାଳ ଟିଟିଲାଗଡ । ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ପତ୍ର ସଂଖ୍ୟା ୩୧୩୧/ତା. ୨୮.୦୮.୨୦୨୦ ଅନୁସାରେ ଉପଖଣ୍ଡ ଅଂଚଳରେ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଥିବା ସହ ଆଗାମୀ ତା.୩୦/୯/୨୦୨୦ରିଖ ଯାଏ ବଳବତର ଥିବା ଚିଠିରେ ଉଲ୍ଲେଖ ରହିଛି । ଏହି ଚିଠିରେ ସଟଡାଉନ ସମୟରେ ଯେ କୌଣସି ବ୍ୟକ୍ତି ନିୟମ ଉଲଂଘନ କଲେ କୋଭିଡ-୧୯ ଅନୁଯାୟୀ କଡା କାର୍ଯ୍ୟନୁଷ୍ଟାନ ନିଆଯିବା ପାଇଁ ସୂଚୀତ କରିଛନ୍ତି ।

Leave A Reply

Your email address will not be published.