ଲୋଇସିଂହାକୁ ୭୨ ଘଣ୍ଟିଆ ସଟଡାଉନ ଘୋଷଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଭଳି ଛୋଟ ସହର ତଥା ବ୍ଲକ ଅଂଚଳରେ ମହାମାରୀ କରୋନା ଥମିବାର ନାଁ ନେଉନାହିଁ । ବୁଧବାର ଲୋଇସିଂହା ସହରରେ ମୋଟ ୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ୧୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଧାରଣରେ ଏକ ଭୟର ବାତାବରଣ ଦେଖାଦେଇଛି । ଫଳରେ ଲୋଇସିଂହା ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ସୁନୀଲ ଅଗ୍ରୱାଲ । ପୂର୍ବରୁ ମଧ୍ୟ ଲୋଇସିଂହା ସହରରେ ଏକାଥରକେ ଆଠ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଥିଲା । ସାଧାରଣ ଲୋକେ କୋଭିଡ ଗାଇଡ଼ ଲାଇନ ଉଲଂଘନ ପୂର୍ବକ ଖୋଲାଖୋଲି ବୁଲୁଥିବା ବେଳେ ସ୍ଥାନୀୟ ପୋଲିସ ତଥା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ କରୋନା ସଂକ୍ରମଣ କ୍ରମଶଃ ବଢ଼ିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.