ବଲାଙ୍ଗିର ଜିଲ୍ଲାରେ ଆଜି ୯୯ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୪୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୪ଜଣ ତାଲିକାରେ ସାମିଲ୍‌ ଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ରୁଗୁଡ଼ିପଡ଼ାରୁ ୨, ଜଗନ୍ନାଥପଡ଼ାରୁ ୧, ଶାନ୍ତିପଡ଼ା (ଆରପିଏଫ୍‌)ରୁ ୧, ଉଦୟନଗରରୁ ୫, ଆନନ୍ଦନଗରରୁ ୨, ହାଟପଦାପଡ଼ାରୁ ୧, ଆଲୋକନଗରରୁ ୧, ରାଧାରାଣୀପଡ଼ାରୁ ୨, ମହାଲକ୍ଷ୍ମୀନଗରରୁ ୧, ଟିକ୍ରାପଡ଼ାରୁ ୪, ପେଲେସଲାଇନରୁ ୬, ସିଭିଲକୋର୍ଟ ପଛପଟରୁ ୩, ମାଲଗୋଦାମପନାରୁ ୧, ବରପାଲିପଡ଼ାରୁ ୨, ସୁଦପଡ଼ାରୁ ୧, ସରୋଜିନୀ ରେସିଡେନ୍ସି ପାଖରୁ ୩, ଗାନ୍ଧୀନଗରପଡ଼ାରୁ ୩, ମନୋହରପୁରରୁ ୧, ଇନ୍ଦିରାନଗରରୁ ୧, ଶାନ୍ତିପଡ଼ାରୁ ୧, ଠିକାଦାରପଡ଼ାରୁ ୧ ଓ ତାଲପାଲିପଡ଼ାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ପାଟଣାଗଡ଼ ଏନ୍‌ଏସିରୁ ୨, ଦେଓଗାଁ ବ୍ଲକ୍‌ ରୁଗୁଡ଼ିପାଲିରୁ ୧, ଆଗଲପୁର ବ୍ଲକ୍‌ ଗୁଡ଼ିମୁଣ୍ଡାରୁ ୧ ଓ କେସେଇପାଲିରୁ ୧, ଆଗଲପୁରରୁ ୨, ଆଗଲପୁର ବ୍ଲକ୍‌ ଭରସୁଜାରୁ ୫, ବଲାଙ୍ଗିର ବ୍ଲକ୍‌ କଖାଲରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୬, ଦେଓଗାଁରୁ ୫, ତୁରେକେଲାରୁ ୧, ଲୋଇସିଂହାରୁ ୫, ଲୋଇସିଂହା ବ୍ଲକ୍‌ ବୁଡର଼୍ାରୁ ୨, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲାରୁ ୩, ଗୁଡ଼ଭେଲା ବ୍ଲକ୍‌ ତୁଷୁରାରୁ ୩, ସଇଁନ୍ତଲା ବ୍ଲକ୍‌ ଝିମନପାଲିରୁ ୧, ଝିଙ୍କିଡୁଙ୍ଗୁରିରୁ ୧, ନୂଆପଡ଼ାରୁ ୧, ରେମେଣ୍ଡାରୁ ୨, ଫପ୍‌ସିରୁ ୨ ଓ ସଇଁନ୍ତଲାରୁ ୧, ଟିଟିଲାଗଡ଼ ବ୍ଲକ୍‌ ଅଏଁଲାଭଟାରୁ ୧, ପାଟଣାଗଡ଼ ବ୍ଲକ୍‌ ଟେଣ୍ଡାପଦରରୁ ୧, ତୁରେକେଲା ବ୍ଲକ୍‌ ଚୁଇଲଶୁଖାରୁ ୧, ପୁଇଁନ୍ତଲାରୁ ୧ ଓ ପୁଇଁନ୍ତଲା ବ୍ଲକ୍‌ ସାଆନ୍ତପୁରରୁ ୧ ପଜିଟିଭ୍‌ ବାହାରିଛନ୍ତି । ଆଜିର ତାଲିକାରେ ସୋନପୁର ଜିଲ୍ଲାର ତରଭା ବ୍ଲକ୍‌ର ଜଣେ ସାମିଲ୍‌ ରହିଛନ୍ତି । ଜଣେ ପୁରୁଷ ଓ ଦୁଇ ଜଣ କୋଭିଡ଼୍‌ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୧୬୧୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୯୭୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ୬୪୦ ଜଣ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.