ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ଜନ ଜୀବନ ପ୍ରଭାବିତ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ଲଘୁଚାପ ଜନିତ ଲଗାଣ ବର୍ଷା ଥମିବାର ନା ଧରୁ ନଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ଜନ ଜୀବନ ପ୍ରଭାବିତ ହୋଇଛି । ଗତ ୮୦ ଘଣ୍ଟା ଧରି ଲାଗି ରହିଥିବା ଲଗାତର ବର୍ଷା ଯୋଗୁଁ ଗତ କାଲିଠାରୁ ବୀରମହାରାଜପୁର ରୁ ସମ୍ବଲପୁର ଜିଲ୍ଲାର ମୋଚିବାହାଲ ଓ ରେଢାଖୋଳ ଅଂଚଳକୁ ଗମନାଗମନ ବନ୍ଦ ରହିଛି ।ଏହି ରାସ୍ତାର ଭୁତିଆପାଲିଠାରେ ଥିବା ଘୁଂଗି ଯୋରର ପୋଲ ଉପରେ ୪ଫୁଟ ବଢ଼ିପାଣି ବୋହୁଥିବାରୁ ଲୋକଙ୍କ ଯିବା ଆସିବାରେ ବାଧା ଉପୁଜିଛି । ଘୁଂଗି ପୋଲର ଅପରପାର୍ଶ୍ବରେ ଥିବା ଲୁତୁରପଙ୍କ, ବହଳପଦର, ଦୁର୍ଜନତୈଲା ପ୍ରଭୃତି ଗ୍ରାମ ପଂଚାୟତର ୫୦ରୁ ଅଧିକ ଗାଁର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ଏବେ ଏହି ବନ୍ୟାପାଣି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଘୁଂଗି ଯୋରର ଉପରମୁଣ୍ଡରେ ୧୯୮.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଖାଲି ସେତିକି ନୁହେଁ ଘୁଂଗି ଯୋରର ବନ୍ୟାପାଣିରେ ଯୋରର ଉଭୟ ପାର୍ଶ୍ବରେ ହେକ୍ଟର ହେକ୍ଟର ଚାଷଜମି ମଧ୍ୟ ବୁଡି ରହିଛି ।

Leave A Reply

Your email address will not be published.