ଘୁନସରରେ ୪୮ଘଣ୍ଟା ପାଇଁ ସଟଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଘୁନସର ସରପଞ୍ଚ ଦ୍ରୌପଦୀ ବେହେରା ଜିଲ୍ଲାପାଳ କ୍ଷମତା ଦେଖାଇ ପଞ୍ଚାୟତ କୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରାଇଛନ୍ତି । ଜାରି ହୋଇଥିବା ସମସ୍ତ ନିୟମକୁ ମାନିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.