ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତି ସଂଘାତିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗତ ୨୪ ଘଂଟାରେ ରାଜ୍ୟରେ ୨୮୯୮ ନୂଆ ଚିହ୍ନଟ ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ୧୭୩ ଜଣ ଚିହ୍ନଟ ହୋଇଥିବା ଦର୍ଶାଇଛନ୍ତି । ଗତକାଲି ସରକାରୀ ରିପୋର୍ଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣି ଲୋକେ ଟିକେ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ଆଜିର ରିପୋର୍ଟ ଦେଖି ମୁଣ୍ଡରେ ହାତ ଦେଇଛନ୍ତି ଜିଲ୍ଲାବାସୀ । ଆଜି ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବଲାଙ୍ଗିର ଜିଲ୍ଲାରେ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର କେଉଁ ଅଂଚଳରୁ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି, ତାହାର ରିପୋର୍ଟ ଆସିନାହିଁ । ଖୁବ୍‌ ଅଳ୍ପ ସମୟ ମଧ୍ୟରେ ରିପୋର୍ଟ ଆସିବା ପରେ ପାଠକମାନେ ନିଶ୍ଚୟ ଜାଣିପାରିବେ ।

Leave A Reply

Your email address will not be published.