ପ୍ରତିରୋଧ ମାନୁନି କରୋନା : ଆଜି ଦେଶରେ ୬୯,୬୫୨ ଓ ଓଡ଼ିଶାରେ ୨୮୯୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତିରୋଧକୁ ମାନୁନି କରୋନା । ହୁ ହୁ ହୋଇ ବଢ଼ୁଛି ରାଜ୍ୟରୁ ଦେଶ ଯାଏଁ । ଆଜି ଦେଶରେ ଗତ ୨୪ ଘଂଟା ମଧ୍ୟରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୨୮୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୧୪୦, ବରଗଡ଼ରୁ ୯, ଭଦ୍ରକରୁ ୧୦୭, ବଲାଙ୍ଗିରରୁ ୧୭୩, ବୌଦ୍ଧରୁ ୧, କଟକରୁ ୨୪୧, ଦେବଗଡ଼ରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୫୩, ଗଂଜାମରୁ ୨୨୬, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୯, ଝାରସୁଗୁଡ଼ାରୁ ୪୯, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୬୩, କେନ୍ଦ୍ରାପଡ଼ାରୁ ୫୭, କେଉଁଝରରୁ ୩୫, ଖୋର୍ଦ୍ଧାରୁ ୫୨୪, କୋରାପୁଟରୁ ୧୩୨, ମାଲକାନଗିରିରୁ ୫୬, ମୟୁରଭଂଜରୁ ୫୩, ନବରଂଗପୁରରୁ ୩୭, ନୟାଗଡରୁ ୨୩୨, ନୂଆପଡ଼ାରୁ ୮, ପୁରୀରୁ ୧୦୪, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୭୭, ସୋନପୁରରୁ ୨୩ ଓ ସୁନ୍ଦରଗଡ଼ରୁ ୧୦୧ ଜଣଙ୍କ ପଜିଟିଭ୍‌ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ତେବେ ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୪୬୯୩୫ ଜଣ । ୨୨୬୫୧ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.