csstore

ସାଂସଦ ସୁରେଶ ପୂଜାରୀ କରୋନା ପୋଜେଟିଭ

ବରଗଡ଼, (କେପିଏନ୍ଏସ୍) : ଘୋଟି ଚାଲିଛି କରୋନା । ଲୋକେ ଛାନିଆଁ । ଏତିକି ବେଳେ ରାଜ୍ୟର ଆଉ ଜଣେ ବିଜେପି. ସାଂସଦ କରୋନା ପୋଜେଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ଼ ସାଂସଦ ସୁରେଶ ପୂଜାରୀ ସଂକ୍ରମିତ ହୋଇଥିବା ନେଇ ନିଜେ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି । ସେ ହୋମ ଆଇସୋଲେସଲରେ ରହି ସୁସ୍ଥ ଥିବା କହିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପେଟ୍ରୋଲିୟମ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କରୋନା ସଂକ୍ରମଣ ଯୋଗୁଁ ଚିକିତ୍ସିତ ହେଉଥିବା ବେଳେ ବିଜେପି.ର ବଳିÂ ନେତା ତଥା ସାଂସଦ ସୁରେଶ ପୂଜାରୀ ଆଜି କରୋନା ପୋଜିଟିଭ୍ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.