କିସ୍‌ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କୁ ତୁରେକେଲା ଶାଖା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମର କିସ୍‌ ଭୁବନେଶ୍ୱରରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ୧୧ତମ ପର୍ଯ୍ୟାୟର ଶୁଖିଲା ଖାଦ୍ୟ ଶୁକ୍ରବାର ଦିନ କଂଟାବାଂଜିରେ ବଂଟନ କରାଯାଇଛି । କିସ୍‌ ଭୁବନେଶ୍ୱରରେ ବ୍ଲକର ୧୦୫ଟି ଛାତ୍ରୀଛାତ୍ର ପଢୁଛନ୍ତି । ଗତ ୨୦୨୦ ମସିହାରୁ ମହାମାରୀ କରୋନା ସଂକ୍ରମଣର ଲକ୍‌ ଡାଉନ ସଟ ଡାଉନ ଯୋଗୁଁ ଛାତ୍ରୀଛାତ୍ରମାନେ ନିଜ ନିଜ ଗାଁରେ ରହିଆସୁଛନ୍ତି । କିସ୍‌ର ନିର୍ଦ୍ଧେଶକ ତଥା ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଦିଆଯାଇଥିବା ଶୁଖିଲା ଖାଦ୍ୟ ବଂଟନ ହୋଇଆସୁଛି ଯାହା ଶୁକ୍ରବାର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତୁରେକେଲା ଶାଖା ସଭାପତି ଚୌବନ କିଶୋର ମାଝୀଙ୍କ ନେତୃତ୍ୱରେ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂପାଦକ ନରୋତମ ମାଝି, ନାରୀନେତ୍ରୀ ଖେଲନ୍ତି ସମରଥ, ପର୍ଶୁରାମ ମାଝୀ, ସଂଜୟ କୁଅଁର, ନନ୍ଦ କିଶୋର ମାଝୀ, ଜିତୁ ମାଝି, ଭୁତେଶ୍ୱର ପାତ୍ର, ରାଜେଶ ସମରଥ, ପୁରନ୍ଦର କୁଅଁର, କେଦାର ମାଝି ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.