centurian jitm

ଅଇଁଲାସାରି ଗାଁର ବିଶୃଙ୍ଖଳିତ ସ୍ଥିତିକୁ ନେଇ ବଲାଙ୍ଗିର ପୌରାଂଚଳ ଯାଦବ ମହାସଭା ପକ୍ଷରୁ ଏସ୍‌ପିଙ୍କୁ ପତ୍ର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଇଁଲାସାର ଗାଁର ଅସବର୍ଣ୍ଣ ଓ ସବର୍ଣ୍ଣ ମଧ୍ୟରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ବଲାଙ୍ଗିର ପୌରାଂଚଳ ଯାଦବ ମହାସଭା ପକ୍ଷରୁ ବଲାଙ୍ଗିର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏସ୍‌ଡିପିଓ. ଶ୍ରୀମନ୍ତ ବାରିକଙ୍କ ଜରିଆରେ ଏକ ପତ୍ର ପ୍ରଦାନ କରାଯାଇଛି । ପତ୍ରରେ ଅନୁରୋଧ କରାଯାଇଛି ଯେ, ପୁଇଁନ୍ତଲା ଥାନା ଅଧୀନସ୍ଥ ବହଲପଦର ପଞ୍ଚାୟତର ଅଏଁଲାସାରି ଗ୍ରାମରେ ଜଣକୁ ଯୋଜନାବଦ୍ଧ ଭାବରେ ହତ୍ୟା କରି ମଧ୍ୟ ନିଜର ପତିଆରା ଜାହିର୍‌ ପାଇଁ ଗାଁରେ ଭୟର ବାତାବରଣ ସୃଷ୍ଟି କରାଯାଉଅଛି ଏବଂ ନିଜର ରଜନୈତିକ ଫାଇଦା ପାଇଁ ଏକ ଗୋଷ୍ଠୀକୁ ବ୍ୟବହାର କରି ଅଶାନ୍ତିର ମାହୋଲ ସୃଷ୍ଟି କରାଯାଇ ସାଧାରଣ ଲୋକଙ୍କୁ ହଇରାଣ ହରକତ କରୁଥିବା ନଜିର ରହିଛି । ଏଣୁ ଜିଲ୍ଲା ଯାଦବ ମହାସଭା ବଲାଙ୍ଗିର ପକ୍ଷରୁ ଅନୁରୋଧ କରାଯାଉଛି ଯେ, ଉଚିତ ତଦନ୍ତ କରାଯାଇ ଯେଉଁମାନେ ଘଟଣାରେ ସଂପୃକ୍ତ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯାଉ ଏବଂ ଘଟଣାକୁ ନେଇ ଯେଉଁମାନେ ଲୋକଙ୍କୁ ଉସୁକାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଚେତ୍‌ ଆଗାମୀ ଦିନରେ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ।

Leave A Reply

Your email address will not be published.