ସଡକ ଦୁର୍ଘଟଣାରେ ଦେହାନ୍ତ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପ୍ରତି ଗଭୀର ଶୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥିବା ଖବର ଶୁଣି ରାଜ୍ୟ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗ ସାମ୍ୱାଦିକ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ହୋଇଛି ବୋଲି ବିଭିନ୍ନ ମହଲରେ ଗଣନା କରାଯାଇଛି । ଏନେଇ ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ୱର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଦୁଇମିନଟ ନୀରବ ପ୍ରାର୍ଥନା କରାଯାଇଛି । ପ୍ରେସକ୍ଲବ ସଭାପତି ପ୍ରଶାନ୍ତ ମହାରଣା, ସମ୍ପାଦକ ସନ୍ତୋଷପାଢ଼ୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ନାଥ ପଣ୍ଡା ସ୍ୱର୍ଗତ ପଣ୍ଡାଙ୍କ ପରିବାରଙ୍କ ନିମନ୍ତେ ସମବେଦନା ଜଣାଇଥିଲେ । ଶେଷରେ ଉପସ୍ଥିତ ଏହି ଶୋକସଭାରେ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.