oom

ଝରଣି ପଂଚାୟତର ୧୫୦୦ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଂଟନ

jsmm

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣି ପଂଚାୟତର ୧୫୦୦ ହିତାଧୀକାରୀଙ୍କୁ ଗୁରୁବାର ଦିନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କରାଯାଇଛି । ଝରଣି ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତର ରାମୋଡ, ରାଉତମୁଣ୍ଡା, ନୂଆପଡା, ତେନ୍ତୁଲିଖୁଂଟି ଏବଂ ଝରଣି ପଂଚାୟତ ସଦର ଗ୍ରାମର ହିତାଧୀକାରୀଙ୍କୁ ଦିଆଯାଇଛି । ଏହି ଅବସରରେ ପଂଚାୟତରେ ଜନସାଧାରଣ ତଥା ବ୍ଲକ କତୃପକ୍ଷଙ୍କ ଦ୍ୱାରା ମହା ଆଡମ୍ବରରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ ସ୍ୱାଗତ କରିଥିଲେ । ମନ୍ତ୍ରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହିତାଧୀକାରୀମାନଙ୍କୁ କାର୍ଡ ବଂଟନ କରିଛନ୍ତି । ଏହି ଅବସରରେ ପଂଚାୟତର ସରପଂଚ ଶ୍ରୀମତୀ ପ୍ରେମଲତା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ଅମରେନ୍ଦ୍ର ଦାସ, ସମିତି ସଭ୍ୟ କୌଶିକ ମେହେର, ତୁରେକେଲା ବି.ଡି.ଓ. ମୋନରଂଜନ ପାଣିଗ୍ରାହୀ, ପୂର୍ବତନ ଝରଣି ପଂଚାୟତ ସରପଂଚ ଆଶାଦୁଲ୍ଲା ଖାନ, ନରେନ୍ଦ୍ର ମେହେର ସହ ପଂଚାୟତର ସମସ୍ତ ଆଙ୍ଗନୱାଡି, ଆଶାମା’ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.