oom

ଦୁଇ ସଦସ୍ୟଙ୍କ ଅକାଳ ମୃତ୍ୟୁକୁ ନେଇ ଝରିଆଲ ମହୋତ୍ସବ କମିଟୀର ଶ୍ରଦ୍ଧାଞ୍ଜଳି ସଭା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ମାଟିର ଐତିହ୍ୟ ସମ୍ପନ୍ନ ରାଣିପୁର ଝରିଆଲର ଇତିହାସ ଓ ଯୋଗିନୀ ପୀଠର ମହନିୟତାକୁ ବଂଚାଇ ରଖିବାକୁ ତଥା ବିଶ୍ୱ ଦରବାରରେ ରାଣୀପୁର ଝରିଆଲକୁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରାଇବା ଆଶାରେ ଏକ ପଦକ୍ଷେପ ସ୍ୱରୂପ ଝରିଆଲ ମହୋତ୍ସବର ଆୟୋଜନ ପ୍ରତିବର୍ଷ କରାଯାଇଥାଏ । ଏହି ମହୋତ୍ସବ କମିଟୀ ପାଇଁ ଏ ବର୍ଷ ଏକ ଦୁଃଖଦ କାରଣ ହେଉଛ କମିଟୀର ଦୁଇ ପ୍ରମୁଖ ସଦସ୍ୟଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିବା । ମହୋତ୍ସବ କମିଟୀର ସାଂସ୍କୃତିକ ସଭାପତି ଥିବା ଚାନ୍ଦୋତରାର ବ୍ୟାଙ୍ଗ କବି ପ୍ରଶାନ୍ତ ନାଏକ ଓ କୋଷାଧ୍ୟକ୍ଷ ତଥା ଯୁବ ନେତା ଭାବେ ପରିଚିତ ସତପାଲ ଜୈନଙ୍କ ପରଲୋକରେ ମହୋତ୍ସବ କମିଟୀର ସାଧାରଣ ସମ୍ପାଦକ ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଏକ ଭର୍ଚୁଆଲ ମିଟିଙ୍ଗ ଯୋଗେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ପରିଚାଳନା କରିଥିଲେ ମହୋତ୍ସବ କମିଟୀର ଆବାହକ ରାଜୀବ ସଗରିଆ ଓ ସ୍ୱର୍ଗତ ଦୁଇ ଜଣଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ମହୋତ୍ସବ କମିଟୀର ସମ୍ପାଦକ ଅନିଲ ତ୍ରିପାଠୀ । ଦୁଇ ମହାନ୍‌ ଆତ୍ମାର ବିଭିନ୍ନ ଗଠନ ମୂଲକ କାର୍ଯ୍ୟ ତଥା ରାଣୀପୁର ଝରିଆଲର ବିକାଶ ପାଇଁ ସ୍ୱପ୍ନ ଦେଖୁଥିବା ଏହି ଦୁଇ ଜଣଙ୍କ ମୃତ୍ୟୁ କମିଟୀ ତଥା ଅଂଚଳବାସୀଙ୍କୁ ସ୍ତବ୍ଧ କରି ଦେଇଥିବା ସଭାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟ ମାନେ ମତ ରଖିଥିଲେ । ପ୍ରତିବର୍ଷ ରାଣୀପୁର ଝରିଆଲ ମହୋତ୍ସବ ସମୟରେ ଅଂଚଳର ଛାତ୍ରଛାତ୍ରୀ, କଳାକାର, ସ୍ୱେଚ୍ଛାସେବୀ, ଲେଖକ, ନାରୀ ସ୍ୱେଚ୍ଛାସେବୀ, ବ୍ୟବସାୟୀ, ସାମ୍ବାଦିକ, ସମାଜସେବୀ ଆଦିଙ୍କୁ ସମ୍ମାନୀତ କରାଯାଇଥାଏ । ତଦୃପ କମିଟୀର ଦୁଇ ଦିବଙ୍ଗତ ସଭ୍ୟଙ୍କ ସ୍ମୃତିକୁ ବଂଚାଇ ରଖିବାକୁ ତାଙ୍କ ନାଁ ରେ ପୁରସ୍କାର ଅବା ଅନୁଦାନ ଦେବାର ନିଷ୍ପତି ନିଆଯାଇଛି । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଘାସିରାମ ଜୈନ, ମୁରିବାହାଲ ବ୍ଲକର ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା, ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଦସ୍ୟ ହୁଲେଶ୍ୱର ହଂସ, ରଶ୍ମିରଞ୍ଜନ ପୁଟେଲ, ଆଇନଜୀବୀ ଆଲୋକ ନାଏକ, ଥବିର ଚନ୍ଦ୍ର ବାଗ, ହେମନ୍ତ ସାହୁ, ଯୁବରାଜ ବାଗଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.