csstore

ସ୍ୱର୍ଗତ ଗୋପୀରାମ ଅଗ୍ରୱାଲଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳୀ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌): ବରିଷ୍ଠ ଆଇନଜୀବୀ, ସମାଜ ସେବୀ ସ୍ୱର୍ଗତ ଗୋପୀରାମ ଅଗ୍ରୱାଲଙ୍କ ଗତ ୧୯ ତାରିଖରେ ସ୍ୱର୍ଗବାସ ହୋଇଥିଲା । ସେ ଅଂଚଳର ଜଣେ ଜଣାଶୁଣା ସମାଜସେବୀ ଥିଲେ । ଆଜି ବଲାଙ୍ଗିର ସହରର ସେବା ସଦନ ପରିସରରେ ତାଙ୍କ ସ୍ମୃତି ଚାରଣ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ମାରୱାଡି ସମ୍ବେଳନର ଅଧ୍ୟକ୍ଷ ମହେନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲ । ଏହି ଅବସରରେ ସ୍ୱର୍ଗତ ଗୋପୀରାମ ଅଗ୍ରୱାଲଙ୍କୁ ମରୋଣତ୍ତର ସମାଜ ଗୌରବରେ ସମ୍ମାନିତ କରାଯାଇଥିଲା । ନାଗରିକ କମିଟିର ସଭାପତି ବିକ୍ରମ ବହିଦାର, ମାରୱାଡି ପଞ୍ଚାୟତ ସଭାପତି ପ୍ରକାଶ ଅଗ୍ରୱାଲ, ସମାଜ ସେବୀ ଇଂ ମଗନଲାଲ ଅଗ୍ରୱାଲ, ସ୍ୱର୍ଗତ ଗୋପୀବ ବାବୁଙ୍କ ପୁଅ ଦିନ ଦୟାଲ ଅଗ୍ରୱାଲ ମଞ୍ଚାସୀନ ଥିଲେ । ସଭାକୁ ପରିଚାଳନା କରିଥିଲେ ମାରୱାଡି ସମ୍ବେଳନର ସଂପାଦକ ମୋହନ ଅଗ୍ରୱାଲ । ସ୍ୱର୍ଗତ ଗୋପୀରାମ ଅଗ୍ରୱାଲଙ୍କ ଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ ସହିତ ବିଭିନ୍ନ ବକ୍ତାମାନେ ଗୋପୀରାମଙ୍କ ରାଷ୍ଟ୍ର ଏବଂ ସମାଜ ପ୍ରତି ଅବଦାନକୁ ମନେପକାଇ ଥିଲେ । ଏହି ଅବସରରେ ନାଗରିକ କମିଟି ସମ୍ପାଦକ ବିଷ୍ଣୁପ୍ରସଦା କେଡିଆ, ଗୌରିଶଙ୍କର ଅଗ୍ରୱାଲ, ମନୋଜ ଜୈନ, ସଞ୍ଜୟ ଅଗ୍ରୱାଲ, ଗଜାନନ ଅଗ୍ରୱାଲ, ସମୀର ଅଗ୍ରୱାଲ, କୈଳାସ ଅଗ୍ରୱାଲ, ନନ୍ଦ କିଶୋର ଅଗ୍ରୱାଲ, ବାବୁଲାଲ ଖେଡିଆ, ରାଦେଶ ଅଗ୍ରୱାଲଙ୍କ ସହିତ ବହୁ ସଂଖ୍ୟାରେ ସଦସ୍ୟ ଗଣ ଉପସ୍ଥିତ ଥିଲେ । ଗୋପୀବାବୁଙ୍କ ଛୋଟ ଭାଇ ଶୁଶିଲ ଅଗ୍ରୱାଲ, କୋଲ୍‌ଡି ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.