ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସେବା ପର୍ବ (୧୭ ସେପ୍ଟେମ୍ବର–୨ଅକ୍ଟୋବର) ଅବସରରେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏକ ଜିଲ୍ଲାସ୍ତରୀୟ ମାରାଥନ ଦୌଡ଼ ଆୟୋଜିତ ହୋଇଥିଲା । ମାରାଥନଟି ବିକାଶ ଭବନ ପରିସରରୁ ଆରମ୍ଭ ହୋଇ ଲୁହୁରାଢିପା ନୂତନ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏହି ମାରାଥନକୁ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମାରାଥନରେ ଭବାନୀପୁର କ୍ରୀଡ଼ା ଛାତ୍ରାବାସ, ସାଇ ହୋଷ୍ଟେଲ, ସେଣ୍ଟ ମେରୀ ହାଇସ୍କୁଲ, ବିଏସ୍ ହାଇସ୍କୁଲ, ସରକାରୀ ମହିଳା ମହାବିଦ୍ୟାଳୟ ଓ ସରକାରୀ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀଙ୍କ ସହିତ ମୋଟ ୬୦୦ ଜଣ ଅଂଶ୍ରହଣକାରୀ ଯୋଗଦେଇଥିଲେ । ଏହା ସହିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ (ଭବାନୀ ଭବନ ଖେଳ ପଡିଆ)ର ସମସ୍ତ କର୍ମଚାରୀ ଓ କୋଚ୍ମାନେ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗର ଅଧିକାରୀ ଓ ପ୍ରଶିକ୍ଷକମାନେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।