oom

ସ୍କୁଟି ଦୁର୍ଘଟଣାରେ ଜଣେ ଗୁରୁତର

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସିମେଂଟ ଫ୍ୟାକ୍ଟ୍ରି ନିକଟରେ ଆଜି ସଂଧ୍ୟାରେ ଏକ ସ୍କୁଟି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ କଂଟାବାଂଜି ମହାବୀର ରେସିଡେନ୍ସିରେ ରହୁଥିବା ତୁରେକେଲା ବ୍ଲକ ସର୍ବଶିକ୍ଷା ଅଭିଯାନ ଟି.ସି. ଚିତରଂଜନ ବେହେରା ଆଜି କଂଟେନମେଂଟ ଜୋନ ଉଠିଲା ପରେ ସକାଳେ ତୁରେକେଲା ବି.ଇ.ଓ.ଅଫିସ କୁ ଯାଇ ସଂଧ୍ୟାରେ ଫେରୁଥିବା ବେଳେ ତୁରେକେଲା ରୋଡ ସିମେଂଟ ଫ୍ୟାକ୍ଟ୍ରି ନିକଟରେ ଝିପି ଝିପି ବର୍ଷାରେ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ମୁଣ୍ଡରେ ଆଘାତ ଲାଗିଥିବାରୁ କଂଟାବାଂଜି ଡାକ୍ତରଖାନାରୁ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଏ । ଏହି ଦୁର୍ଘଟଣା ଖବର ପାଇ କଂଟାବାଂଜି ପୋଲିସ ଘଟଣାସ୍ଥଳରୁ ବେହାରାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ଓ ତାଙ୍କ ସ୍କୁଟି ନଂ. ଓଡି୦୩ଜେ-୭୦୩୯କୁ ଉଦ୍ଧାର କରି ଥାନାରେ ରଖି ଏକ ଦୁର୍ଘଟଣା ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକରଙ୍କ ଠାରୁ ପ୍ରକାଶ ।

jittmm
Leave A Reply

Your email address will not be published.