ପଦ୍ମପୁର ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଶସ୍ତ୍ର ପୂଜନ ଉତ୍ସବ ଅନୁଷ୍ଠିତ

  • ଏହି ଉତ୍ସବକୁ ଘରେ ଘରେ ପାଳନ କରିବାକୁ ଆହ୍ୱାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହିନ୍ଦୁ ଜାଗରଣ ପକ୍ଷରୁ ଶସ୍ତ୍ର ପୂଜନ ଉତ୍ସବ ସଂଯୋଜକ ଆଶିଷ ସର୍ମାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଶକ୍ତି ପୂଜନ ସମୟରେ ସାମୁହିକ ଶ୍ରୀ ହନୁମାନ ଚାଳିଶା ପାଠ କରାଯାଇଥିଲା । ଦେବୀ ଚିନ୍ମୟୀ ମାଁ ଦୁର୍ଗା ଆଜି ଭଳି ବିଜୟା ଦଶମୀ ଦିନ ଆସୁରିକ ଶକ୍ତିକୁ ବିନାଶ କରିଥିଲେ । ଏହି ଉତ୍ସବରେ ହିନ୍ଦୁ ଜାଗରଣ ମଞ୍ଚ ଓଡିଶା ପଶ୍ଚିମ ପ୍ରାନ୍ତ ସଂଗଠକ କେଶବ ଚନ୍ଦ୍ର ଜାଲ ଦେଶ, ସସ୍କୃତି, ସଂଗଠନ, ଶକ୍ତି ପୂଜନର ମହତ୍ୱ ଏବଂ ବର୍ତ୍ତମାନ ସମାଜର ପରିସ୍ଥିତି ବିଷୟରେ ଉଦବୋଧନ ଦେଇଥିଲେ । ଏହି ଉତ୍ସବ ଘରେ ଘରେ ପାଳନ କରାଯାଇ ଆଜି ସାମୁହିକ ଭାବେ ପାଳନ କରାଯାଇଥିଲା । ପଦ୍ମପୁର ଖଣ୍ଡ ସଂଯୋଜକ ଓମ ପ୍ରକାଶ ଭୋଇ, ସହ ସଂଯୋଜକ ଶ୍ରୀନିବାସ ବାଗ, ସଦସ୍ୟ ସୁରଜ ଅଗ୍ରୱାଲ, କାହ୍ନୁ ଅଗ୍ରୱାଲ, ସମିର ଦୋରା ପ୍ରମୁଖ ଉପସ୍ଥିତ ହୋଇଥିଲେ ।

Leave A Reply

Your email address will not be published.