ଏନସିବି ସହାୟତାରେ ମୁମ୍ବାଇରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ ନେଟୱାର୍କକୁ ଭାଙ୍ଗି ଦେବା ଡ୍ରଗ୍ ସିଣ୍ଡିକେଟ୍ ବିରୁଦ୍ଧରେ ଏକ ବଡ଼ ସଫଳତା ବୋଲି ‘ଏକ୍ସ’ରେ ପୋଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ
- ଏନସିବି ମୁମ୍ବାଇ ୧୧.୫୪ କେଜି ଉଚ୍ଚମାନର କୋକେନ ଏବଂ ୪.୯ କିଲୋଗ୍ରାମ ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଛି
- କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଏହାକୁ ଏକ ମହତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି, ଭାରତ ଶୂନ୍ୟ ସହନଶୀଳତାର ସହ ଡ୍ରଗ କାର୍ଟେଲକୁ ଭାଙ୍ଗୁଛି ବୋଲି ପୋଷ୍ଟ କରିଛନ୍ତି
- ନିଶା ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ଗ୍ରହଣ କରାଯାଇଥିବା ଅନୁସନ୍ଧାନର ତଳୁ ଉପର ପର୍ଯ୍ୟନ୍ତ ସଫଳ ଆଭିମୁଖ୍ୟର ଏହା ଏକ ପ୍ରମାଣ : ଅମିତ ଶାହ
- ଏନସିବି ମୁମ୍ବାଇ ମଧ୍ୟ ୫.୫ କିଲୋଗ୍ରାମ ଗଞ୍ଜେଇ ଏବଂ ନଗଦ ୧.୬ ଲକ୍ଷ ଟଙ୍କା ଜବତ କରିଛି
- ଜାନୁଆରୀ ୨୦୨୫ରେ ୨୦୦ ଗ୍ରାମ କୋକେନ ଜବତ ହେବା ପରେ ଗୁପ୍ତଚର ତଥ୍ୟ ସଂଗ୍ରହ ଏବଂ ପରିଶ୍ରମର ପ୍ରତ୍ୟକ୍ଷ ଫଳାଫଳ ଥିଲା
- ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ନିଶା କାରବାର ପାଇଁ ବିଦେଶରେ ଥିବା ବ୍ୟକ୍ତିମାନେ ଅତ୍ୟାଧୁନିକ ପଦ୍ଧତି ବ୍ୟବହାର କରୁଛନ୍ତି
- ଏହି ବୃହତ ସଫଳତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟିମ୍ ଏନସିବିକୁ ଅଭିନନ୍ଦନ ଜଣାଇଛନ୍ତି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଏକ୍ସ ପ୍ଲାଟଫର୍ମରେ ଭାରତର ଡ୍ରଗ୍ ସିଣ୍ଡିକେଟ୍ ବିରୋଧରେ ଏକ ବଡ଼ ସଫଳତା ବିଷୟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ ନେଟୱାର୍କ ଭାଙ୍ଗି ଦେଇଛି । ନିଶା ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ଗ୍ରହଣ କରାଯାଇଥିବା ଏହି ଅନୁସନ୍ଧାନ ସଫଳତାର ଏକ ପ୍ରମାଣ ବୋଲି ସେ କହିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, “ଭାରତ ଶୂନ୍ୟ ସହନଶୀଳତା ସହିତ ଡ୍ରଗ୍ କାର୍ଟେଲଗୁଡିକୁ ଭାଙ୍ଗି ଦେଇଛି । ଅତ୍ୟଧିକ ଉଚ୍ଚ ମାନର କୋକେନ୍, ଗଞ୍ଜେଇ, ଏବଂ ଗଞ୍ଜେଇ ଚକୋଲେଟ ଜବତ କରିବା ଏବଂ ଚାରି ଜଣଙ୍କୁ ଗିରଫ କରିବାରେ ମୁମ୍ବାଇରେ ଏକ ପ୍ରମୁଖ ସଫଳତା ମିଳିଛି । ନିଶା ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ଗ୍ରହଣ କରାଯାଇଥିବା ଅନୁସନ୍ଧାନର ତଳୁ ଉପର ପର୍ଯ୍ୟନ୍ତ ଆଭିମୁଖ୍ୟର ସଫଳତାର ଏହା ଏକ ପ୍ରମାଣ । ଏହି ବୃହତ ସଫଳତା ପାଇଁ ଦଳ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଅଭିନନ୍ଦନ ।”
ଜାନୁଆରୀ ୨୦୨୫ ମସିହାରେ ୨୦୦ ଗ୍ରାମ କୋକେନ ଜବତ କରିବା ସମୟରେ ଏନସିବି ମୁମ୍ବାଇ ଦଳ ଦ୍ୱାରା ଆରମ୍ଭ ହୋଇଥିବା ମିଳିତ ପ୍ରୟାସର ଫଳାଫଳ ଏହି ଜବତ ଅଟେ । ଏହି ମାମଲାରେ ମିଳିଥିବା ଗୁପ୍ତଚର ସୂଚନା ଉପରେ କାମ କରିବା ପରେ ଏବଂ ବୈଷୟିକ ତଥା ମାନବୀୟ ସୂଚନା ଆଧାରରେ ଏନସିବିର ମୁମ୍ବାଇ ଜୋନାଲ ୟୁନିଟ୍ (ଏମଜେଡୟୁ) ଶେଷରେ ଚୋରା ଚାଲାଣର ମୂଳରେ ପହଞ୍ଚିଥିଲା ଏବଂ ୩୧.୦୧.୨୦୨୫ରେ ମହାରାଷ୍ଟ୍ରର ନଭି ମୁମ୍ବାଇରୁ ୧୧.୫୪୦ କିଲୋଗ୍ରାମର ଉଚ୍ଚ ମାନର କୋକେନ, ୪.୯ କିଲୋର ହାଇବ୍ରିଡ ଷ୍ଟ୍ରେନ ହାଇଡ୍ରୋପୋନିକ୍ ଗଞ୍ଜେଇ ଏବଂ ୨୦୦ ପ୍ୟାକେଟ (୫.୫ କିଲୋଗ୍ରାମ) ଗଞ୍ଜେଇ ଚକୋଲେଟ ଏବଂ ନଗଦ ୧,୬୦,୦୦୦ ଟଙ୍କା ଜବତ କରିଥିଲା ।
ଏହି ମାମଲାରେ, ପ୍ରାଥମିକ ଭାବେ ମୁମ୍ବାଇର ଏକ ଆନ୍ତର୍ଜାତୀୟ କୋରିଅର ଏଜେନ୍ସିରୁ ଏକ ପାର୍ସଲରୁ ଏହା ଜବତ ହୋଇଥିଲା ଯାହା ଅଷ୍ଟ୍ରେଲିଆ ଯିବାକୁ ଥିଲା । ଏନସିବିର ଏମଜେଡୟୁ ବିପୁଳ ପରିମାଣର ଚାଲାଣକୁ ଠାବ କରିବାରେ ସକ୍ଷମ ହୋଇଥିଲା ଯାହା ମହାରାଷ୍ଟ୍ରର ନଭି ମୁମ୍ବାଇରେ ଲୁଚାଇ ରଖାଯାଇଥିଲା ।
ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସିଣ୍ଡିକେଟ୍ ବିଦେଶରେ ରହୁଥିବା ଏକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି ଏବଂ ଜବତ ହୋଇଥିବା ନିଷିଦ୍ଧ ସାମଗ୍ରୀର କିଛି ପରିମାଣ ଆମେରିକାରୁ ମୁମ୍ବାଇକୁ ପଠାଯାଇଥିଲା ଏବଂ କୋରିଅର/ଛୋଟ କାର୍ଗୋ ସେବା ଏବଂ ମାନବ ପରିବହନକାରୀଙ୍କ ମାଧ୍ୟମରେ ଭାରତ ତଥା ବିଦେଶର ଏକାଧିକ ଗ୍ରାହକଙ୍କ ନିକଟକୁ ପଠାଯାଉଥିଲା । ଏହି ମାମଲାରେ ଜଡିତ ବ୍ୟକ୍ତିମାନେ ପରସ୍ପର ପାଇଁ ଅଜଣା ଅଟନ୍ତି, ଡ୍ରଗ୍ କାରବାର ଉପରେ ଦିନିକିଆ ବାର୍ତ୍ତାଳାପ ପାଇଁ ଛଦ୍ମ ନାମ ବ୍ୟବହାର କରନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଆହୁରି ମଧ୍ୟ, ଡ୍ରଗ୍ ସିଣ୍ଡିକେଟ୍ର ପଛରେଏବଂ ଆଗରେ ଥିବା ଲୋକଙ୍କୁ ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି ।