ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶାନ୍ତିପଡା ଠାରେ ଥିବା ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର ମୁଖ୍ୟ କାର୍ଯ୍ୟାଳୟରେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଗତକାଲି ସନ୍ଧ୍ୟାରେ ଶୌର୍ଯ୍ୟ ଦିବସ, ଦୁର୍ଗା ଅଷ୍ଟମୀ ଓ ରାମ ନବମୀ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଏସ୍‌ବିଆଇ ଆଞ୍ଚଳିକ ପରିଚାଳକ ଭାରତ ଚନ୍ଦ୍ର ସାହୁ, ଶ୍ରୀ ଏସ୍ ପାଣିଗ୍ରାହୀ, ବଲାଙ୍ଗିର କେ.ଭି-୨ ପ୍ରିନ୍ସିପାଲ୍ ଡା ଶ୍ରୀମତୀ ଦେବସ୍ମିତା ଦେବତା ଏବଂ ପଶୁଚିକିତ୍ସା ଅଧିକାରୀ ସଂସ୍କୃତି ପଟନାୟକ, ବାଳ ନିକେତନ ସେକ୍ରେଟାରି ହିତେଶ କୁମାର ସାହୁ ଏବଂ ଲିଟିଲ୍ ଫ୍ଲାୱାର ବିଦ୍ୟାଳୟର ଛାତ୍ରଛାତ୍ରୀ, ସିଆର୍‌ପିଏଫ୍‌ ପରିବାର ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.