ବରଗଡ଼ ସାଂସଦଙ୍କ ପଦ୍ମପୁର ବ୍ଳକ ପ୍ରତିନିଧି ହେଲେ ବରିଷ୍ଠ ବିଜେପି ନେତା ଶ୍ରୀକାନ୍ତ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାନ୍ୟବର ବରଗଡ଼ ଲୋକ ସଭା ସାଂସଦ ସୁରେଶ ପୂଜାରୀ ପଦ୍ମପୁର ବ୍ଳକ ସାଂସଦ ପ୍ରତିନିଧି ପାଇଁ ବରିଷ୍ଠ ବିଜେପି ନେତା ଶ୍ରୀକାନ୍ତ ପାଣିଗ୍ରାହୀଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ବିଜେପି ଦଳର ବିଭିନ୍ନ ପଦ ପଦବୀରେ ରହି ତୃଣମୂଳ ସ୍ତରରୁ କାମ କରି ବେଶ ପରିଚୟ ସୃଷ୍ଟି କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପଦ୍ମପୁର ବ୍ଳକ ବିଧାୟକ ପ୍ରତିନିଧି ଭାବରେ ଦକ୍ଷତାର ସହ କାର୍ୟ୍ୟ ତୁଲାଇଥିଲେ । ଶ୍ରୀ ପାଣିଗ୍ରାହୀ ଜଣେ ଶାନ୍ତ, ଶିଷ୍ଠ ଲୋକ ପ୍ରିୟ ସଂଗଠକ ଭାବରେ ସୁପରିଚିତ । ତାଙ୍କୁ ସାଂସଦ ପ୍ରତିନିଧି ଭାବରେ ମନୋନୀତ ହୋଇଥିବାରୁ ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ ଶ୍ରୀ ପାଣିଗ୍ରାହୀ ଅଭିନନ୍ଦନ ଜଣାଇବା ସହ ପଦ୍ମପୁର ଅଞ୍ଚଳର ବିକାଶ ଦିଗରେ କାମ କରିବାକୁ ସଂକଳ୍ପ ବଦ୍ଧ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କୁ ପଦ୍ମପୁର ବ୍ଳକ ସାଂସଦ ପ୍ରତିନିଧି ଭାବରେ ମନୋନୀତ କରାଯାଇଥିବାରୁ ବିଭିନ୍ନ ମହଲରୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ସୁଅ ଛୁଟୁଛି ।

Leave A Reply

Your email address will not be published.