oom

ବିଜୁ ଜନତା ଦଳର ବହୁ କର୍ମୀ ବିଜେପିରେ ସାମିଲ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମ କାଦୋଗୁଛାର ବିଜୁ ଜନତା ଦଳର ବହୁ ସକ୍ରିୟ କର୍ମୀ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଆଜି ସୋମବାର ଦିନ କାଦୋଗୁଛାକୁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଆସିଥିବା ଅବସରରେ ବିଜୁ ଜନତା ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରି ସର୍ବଶ୍ରୀ ଚନ୍ଦ୍ର ଶେଖର ମାଝୀ, ଦୁତିଆ ରଣା, ନୁରେଶ୍ବର ରଣା, ଭୂଗୋଳ ମାଝୀ, ଧନ ସିଂ ମାଝୀ, କୁମଧର ମାଝୀ, ଫଗନୁ ମାଝୀ, ହାଡୁ ପାର୍ଥର, ରୋଦନ ମାଝୀ, ଲିଙ୍ଗରାଜ ମାଝୀ ଓ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଛେଗଶଆ ପାର୍ଥର ବିଜେପିରେ ସାମିଲ ହୋଇଥିଲେ । କାଦୋଗୁଛା ଠାରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ୩ଲକ୍ଷ ଟଙ୍କାରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗନବାଡି ସେଣ୍ଟର ଅର୍ଦ୍ଧ ନିର୍ମିତ ହୋଇଥିବା ଓ ସମସ୍ତ ଟଙ୍କା ଉଠାଇ ନିଆ ଯାଇଥିବା ଅଭିଯୋଗ ଗ୍ରାମବାସୀ କରିଥିଲେ । ଏହାର ତଦନ୍ତ ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ପାଇକମାଲ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

jittmm
Leave A Reply

Your email address will not be published.