ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପିଣିମୋରା ଗ୍ରାମର ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ(୧୦୨)ଙ୍କୁ ଆଜି ‌ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଉପଢ଼ୌକନ ଦେଇ ସମର୍ଦ୍ଧିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଆଜିର ଦିନରେ ଉକ୍ତ ଗ୍ରାମର ୩୨ ଜଣ ସ୍ୱାଧୀନତା ସଂଗ୍ରାମୀ ଏକା ସଂଗରେ କାରାବରଣ କରିଥିଲେ । ଆଜି ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀଠାରେ ସମର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ କରୋନା କଟକଣା ଯୋଗୁଁ ରାଷ୍ଟ୍ରପତିଙ୍କ ତରଫରୁ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.