oom

ଜିଲ୍ଲା ଗ୍ରନ୍ଥାଗାରିକଙ୍କ ପଦୋନ୍ନତି ଓ କୃତୀତ୍ୱକୁ ସମ୍ମାନ ଜଣାଇ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ରିଡିଙ୍ଗ ରୁମ୍ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ଗ୍ରନ୍ଥାଗାରିକ ଅମିୟ କୁମାର ଧଳଙ୍କୁ ତାଙ୍କ କାର୍ଯ୍ୟକାଳର ବଳିଷ୍ଠ ଯୋଗଦାନ ଓ କୃତୀତ୍ୱକୁ ସମ୍ମାନ ଜଣାଇ ପୁଷ୍ପଗୁଚ୍ଛ, ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଛି । ଛତ୍ରପୁର ସାଂସ୍କୃତିକ ସଭା ମଞ୍ଚ ଆନୁକୂଲ୍ୟରେ କୋଭିଡ଼ କଟକଣା ମଧ୍ୟରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।

ଶ୍ରୀ ଧଳଙ୍କୁ ରାଜ୍ୟ ପାଠାଗାର ଭୁବନେଶ୍ୱର କାର୍ଯ୍ୟାଳୟକୁ ପଦୋନ୍ନତି ହୋଇଥିବା ହେତୁ ଛତ୍ରପୁରର ଉପସ୍ଥିତ ସୁଧିବୃନ୍ଦ ସଭିଏଁ ଖୁସିବ୍ୟକ୍ତ କରି ଦୀର୍ଘ ୨୦ ବର୍ଷ ଧରି ସେ ଛତ୍ରପୁର ସ୍ଥିତ ଜିଲ୍ଲା ପାଠାଗାରରେ ଅବସ୍ଥାପିତ ହୋଇ ଆସିଥିବା ପରିପ୍ରେକ୍ଷୀରେ ତାଙ୍କ ବଳିଷ୍ଠ ଯୋଗଦାନ ଯୋଗୁଁ ଗ୍ରନ୍ଥାଗାରିକ ଶ୍ରୀ ଧଳଙ୍କ କାର୍ଯ୍ୟ କୁଶଳତା ବର୍ଣ୍ଣନା କରି ବକ୍ତାମାନେ ଭୂୟସୀ ପ୍ରସଂଶା କରିଥିଲେ । କବି ଅଜିତ କୁମାର ସେଠୀ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ କେ.ସତ୍ୟନାରାୟଣ ରେଡ୍ଡୀ ଏହି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଜଣାଇଥିଲେ । ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜମୋହନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଡ଼ଃ.ରାଜେନ୍ଦ୍ର ଦାସ, ପ୍ରାକ୍ତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ଅଶୋକ କୁମାର ଚୌଧୁରୀ, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ତ୍ରିପାଠୀ, ନାଟ୍ୟକାର ଦେବେନ୍ଦ୍ର ଶର୍ମା, କବି ପ୍ରଶାନ୍ତ ଶତପଥୀ, ସମାଜସେବୀ ଅରୁଣ ଶତପଥୀ ପ୍ରମୁଖ ବହୁଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.