oom

ଅବସରକାଳୀନ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଇଓ ଅଫିସର ବରିଷ୍ଠ କିରାଣୀ ବ୍ରଜରାଜ ବେହେରାଙ୍କ ଅବସକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ, ପୂର୍ବତନ ଏବିଇଓ ବିପିନ ମିଶ୍ର, ଏବିଇଓ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ, ଜୟକୁମାର ସାହୁ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସଦାନନ୍ଦ ପୁରୋହିତ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ କିରାଣୀ ଦିଲ୍ଲୀପ ଭୋଇ ସ୍ଵାଗତ ଭାଷଣ ଦେଇଥିବା ବେଳେ ନେତ୍ରାନନ୍ଦ ସାହୁ ପରିଚୟ ପ୍ରଦାନ କରିଥିଲେ । ବ୍ଲକ୍ ଶିକ୍ଷାଅଧିକାରୀ ଶ୍ରୀ ଭୋଇ ରିଟାୟରମେଣ୍ଟ ବେନିଫିଟ୍ ସାର୍ଟିଫିକେଟ ସହ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବେହେରା ଗତ ଏପ୍ରିଲ୍ ୩୦ ତାରିଖରୁ ଅବସର ନେଇଥିଲେ ମଧ୍ୟ ସାଧାରଣ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆଜି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବ୍ଲକର ସମସ୍ତ ସିଆର୍‌ସିସି ଓ ଉପସ୍ଥିତ ସମସ୍ତ ଅତିଥି ତାଙ୍କର ଗୁଣଗାନ କରିଥିଲେ ଓ ଅବସର ଜୀବନର ଶୁଭକାମନା ଜଣାଇବା ସହ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଶେଷରେ ରବିନାରୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲ ।

jittmm
Leave A Reply

Your email address will not be published.