ସ୍ୱାୟତ୍ତ ଶାସନ ଦିବସରେ ପୌର ନିର୍ବାଚନ ପାଇଁ ଦାବୀ କଲା ସମ୍ବଲପୁର ବିଜେପି

ସମ୍ବଲପୁର, (ଦାମୋଦର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସରେ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ଦାବୀ କଲା ବିଜେପି । ଏକ ପ୍ରେସ ବିଜ୍ଞପ୍ତିରେ ବିଜେପି କହିଛି ଯେ, ସ୍ୱାୟତ୍ତ ଶାସନ ଦିବସରେ ସମ୍ବଲପୁର ମହାନଗର ନିଗମରେ ନା ଅଛି ସ୍ୱାୟତ୍ତତା ନା ଅଛି ସୁଶାସନ । ମହାନଗର ନିଗମ ଘୋଷଣା ହେବା ପୂର୍ବରୁ ସମ୍ବଲପୁର ପୌର ପରିଷଦ ଥିବା ସମୟରୁ ହୋଇ ନାହିଁ ନିର୍ବାଚନ । ଦୀର୍ଘ ୮ ବର୍ଷ ହେଲା ପ୍ରଶାସନିକ ଅଧିକାରୀଙ୍କ ଆୟତ୍ତରେ ସମ୍ବଲପୁର ପୌର ପରିଷଦ ଓ ପରେ ସମ୍ବଲପୁର ମହାନଗର ନିଗମ । ସର୍ବନିମ୍ନ ପୌର ସୁବିଧା ଓ ଅଧିକାରରୁ ବଞ୍ଚିତ ମହାନଗର ନିଗମ ଅଞ୍ଚଳବାସୀ । ଏଣୁ ଯଥା ଶୀଘ୍ର ସମ୍ବଲପୁର ମହାନଗର ନିଗମ ସମେତ କୁଚିଣ୍ଡା ଓ ରେଢ଼ାଖୋଲ ବିଜ୍ଞାପିତ ପରିଷଦ ର ନିର୍ବାଚନ କରି ପୌର ଅଞ୍ଚଳବାସୀ ଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ଦେବାକୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାଏକ,ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ଦାବୀ କରିଛନ୍ତି।

Leave A Reply

Your email address will not be published.