ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ପୌର ପରିଷଦ ସମେତ ବିନିକା ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ପୌର ପରିଷଦ କାର୍ୟ୍ୟାଳୟରେ ପାଳିତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ପି.ଡି, ଡି.ଆର.ଡି.ଏ ଡୋଳାମଣି ପଟେଲ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ ସହ ସ୍ୱାୟତ୍ତ ଶାସନ ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପରିଷଦରେ କାର୍ୟ୍ୟରତ ସଫେଇ କର୍ମଚାରୀମାନଙ୍କୁ ସେମାନଙ୍କର ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ କୋଭିଡ କଟକଣା ଥିବାରୁ ସ୍ୱାୟତ୍ତ ଶାସନ ଦିବସ ସମାରୋହକୁ ସୀମିତ ଓ ସଂକ୍ଷିପ୍ତ ଆକାରରେ ପାଳିତ ହୋଇଛି ।

Leave A Reply

Your email address will not be published.