oom

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

jsmm

ତୁରେକେଲା, (କୈଳାଶ ସଗରିଆ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଳକରେ କାର୍ୟ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୋଳାନାଥ କୁମ୍ଭାର ଷାଠିଏ ବର୍ଷ ଚାକିରୀ କାଳ ପୂରଣ କରି ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସୁଦୂର ମାଲକାନଗିରିରୁ ବଦଳି ହୋଇ ତୁରେକେଲା ବ୍ଳକରେ ଯୋଗଦାନ କରିଥିଲେ । ମୁରିବାହାଲ ବ୍ଳକ ଅନ୍ତର୍ଗତ ବାନ୍ଧୁପଲା ଗ୍ରାମର ଶ୍ରୀ କୁମ୍ଭାର ଜଣେ ସାଧାରଣ ତଥା କର୍ମଠ କର୍ମଚାରୀ ଭାବରେ କମ ସମୟରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ଆଜି ଅଫିସରେ ପ୍ରାଥମିକ ଶିକ୍ଷକ ସଂଘ ତୁରେକେଲା ବ୍ଳକର ସଭାପତି ବିରଞ୍ଚି ନାରାୟଣ ଦାଶ, ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ପ୍ରଦୀପ ପାଣିଗ୍ରାହୀ, ବିବେକାନନ୍ଦ ରାଏ, ଅଖିଳ ଦୀପ, ଫକୀର ଚରଣ ବିଶି, ଭୀମସେନ ପଣ୍ଡା, ପରମେଶ୍ବର ଖମାରୀ, ଅମରେନ୍ଦ୍ର ବାଗ ଆଦିଂକ ଉପସ୍ଥିତିରେ ଶ୍ରୀ କୁମ୍ଭାରଂକୁ ପୁଷ୍ପ ଗୁଛ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ଏବଂ ତାଙ୍କର ଉତ୍ତରୋତ୍ତର ଶ୍ରୀବୃଦ୍ଧି ନିମନ୍ତେ କାମନା କରାଯାଇଥିଲା।

jittmm
Leave A Reply

Your email address will not be published.