ରାସ୍ତା ଦୁର୍ଘଟଣା : ୨ ମୃତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର – ବିନିକା ରାସ୍ତାର କବାଟତଲେଇ ଛକ ନିକଟରେ ଆଜି ପୂର୍ବାହ୍ନରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ବାଇକର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟବରଣ କରିଛନ୍ତି । ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣକ ବରଗଡ ଜିଲ୍ଲା ଭେଡେନ ବ୍ଲକର ତାଲମେଣ୍ଡା ଗ୍ରାମର ବୋଲି ଜଣାପଡିଛି । ଅନ୍ୟ ମୃତକ ଜଣକଙ୍କ ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ ସୁବର୍ଣ୍ଣପୁର ପୋଲିସ ପହଂଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠେଇ ଅଧିକ ଅନୁସଂଧାନ ଜାରି ରଖିଛି ।

Leave A Reply

Your email address will not be published.