pr

ସଇଁନ୍ତଲା ଡାକ୍ତରଖାନାରେ ଜଣେ କରୋନା ଚିହ୍ନଟ ହେବା ପରେ ୭ଦିନ ପାଇଁ ଡାକ୍ତରଖାନା ବନ୍ଦ

dr. purohit

ସଇଁନ୍ତଳା,(ଅଜିତ କୂମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତର ଖାନାକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତେବେ ୧୧ ଦିନ ମଧ୍ୟରେ ୨୬ଜଣ କରୋନା ଚିହ୍ନଟ ହୋଇଥିବା ଡାକ୍ତର ସମରେନ୍ଦ୍ର ମହାପାତ୍ର କହିବା ସହିତ ଡାକ୍ତରଖାନା ବନ୍ଦ ଥିଲେ ମଧ୍ୟ ଅତି ଜୁରୁରୀ ସେବା ଯୋଗାଇ ଦେବା ପାଇଁ ଡାକ୍ତର ମାନେ ଉପସ୍ଥିତ ଥିବା କହିଛନ୍ତି। ପ୍ରକାଶ ଥାଉକି ଯେ ସଇଁନ୍ତଳା ବ୍ଳକରେ ଅନେକ ଗ୍ରାମରେ କରୋନା ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ମାନେ ସଟଡାଉନ ଘୋଷଣା କରିଛନ୍ତି । ହେଲେ ତାହା ନାମକୁ ମାତ୍ର ଅମାନିଆ ବେଧଡ଼କ ଭାବରେ ବୁଲୁଛନ୍ତି। ପ୍ରଶାସନ କଥା ମାନିବା ପାଇଁ ନାରାଜ ହେଉଛନ୍ତି।ତେବେ ଏହାକୁ ନେଇ ଏବେ ଚିନ୍ତା ର ବିଷୟ ପାଲଟିଛି।

nrusinghnath
Leave A Reply

Your email address will not be published.