ସୁବର୍ଣ୍ଣପୁରର ଅନ୍ୟତମ ଗଣ ଲୋକପର୍ବ : କରମା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ପୀଠରେ ଗତକାଲି ରାତିରୁ ଆରମ୍ଭ ହୋଇଥିବା କରମସାନୀ ପର୍ବ ଆଜି ପୂର୍ବାହ୍ନରେ ଉଦ୍ ଯାପିତ ହୋଇ ଯାଇଛି । ଜିଲ୍ଲାର ବିଭିନ୍ନ ଗାଁ ଓ ଆଦିବାସୀ ବସ୍ତିରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଦେବୀ କରମସାନୀଙ୍କ ପୂଜାର୍ଚ୍ଚନା ହୋଇଥିବାବେଳେ ରାତିସାରା କରମାଗୀତ ଓ ନୃତ୍ୟରେ କରମା ମଣ୍ଡପ ଗୁଡିକ ଉତ୍ସବମୁଖର ହୋଇ ଉଠିଥିଲା । ସୂଚନୀୟ,କାହିଁ କେତେଦିନରୁ ସଂସ୍କୃତିର ମାଟି ସୁବର୍ଣ୍ଣପୁରରେ ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ଏକାଦଶୀ ତିଥିରେ କରମା ପର୍ବ ହୋଇ ଆସୁଛି । ଏପରିକି ଏହି ଆଦିବାସୀ ଲୋକପର୍ବରେ ମା’ ମାଟି ଓ ପ୍ରକୃତିର ଉପାସନାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ଜନଜାତି ସହ ବ୍ରାହ୍ମଣ ଏବଂ ଅନ୍ୟ ଜାତିର ଲୋକେ ବି ସକ୍ରିୟ ଯୋଗଦାନ କରି ଦେବୀ କରମସାନୀଙ୍କ ଆଶିଷ ଭିକ୍ଷା କରିଥାନ୍ତି ବୋଲି ଲୋକ ସଂସ୍କୃତି ଗବେଷକ ଡଃ ପୁରୁଷୋତ୍ତମ ମିଶ୍ର କହନ୍ତି ।
ତେବେ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷମାନଙ୍କ ଭଲି ଜାକଜମକରେ କରମା ପର୍ବ ପାଳିତ ହୋଇନଥିଲେ ହେଁ କେବଳ ପରମ୍ପରାକୁ ଲୋକେ ବଂଚାଇ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.