କଙ୍ଗନାଙ୍କ ନୂଆ ଚଳଚିତ୍ର ‘ତେଜସ୍‌’

ମୁମ୍ବାଇ, (କେପିଏନ୍‌ଏସ୍‌) : ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱାତଙ୍କ ନୂଆ ଚଳଚିତ୍ର ‘ତେଜସ୍‌’ର ଫାଷ୍ଟ ଲୁକ୍‌ ଗତ ଫେବୃଆରୀରେ ଜାରି ହୋଇଥିଲା । ଏଥିରେ କଙ୍ଗନାଙ୍କୁ ବାୟୁସେନା ଅଧିକାରୀ ଭୂମିକାରେ ଦେଖିବାକୁ ମିଳବ । ଜୁଲାଇରୁ ଚଳଚିତ୍ରର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ କରୋନା ଯୋଗୁଁ ସୁଟିଂ ବିଲମ୍ବ ହୋଇଥିବା ବେଳେ ତାହା ଡିସେମ୍ବରରେ ପୁଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହାକୁ କଙ୍ଗନା ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିବା ସହ ଫିଲ୍ମର ପୋଷ୍ଟର୍‌ ମଧ୍ୟ ସେୟାର୍‌ କରିଛନ୍ତି, ଯୋଉଁଥିରେ କି ସେ ନିଜେ ଲଢୁଆ ବିମାନ ‘ତେଜସ୍‌’ ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସର୍ବେଶ ମେୱାରା ଏବଂ ପ୍ରଯୋଜନା ଦେବେ ରୋନି ସ୍କ୍ରିୱାଲା ।

Leave A Reply

Your email address will not be published.