ଚଳିତବର୍ଷ ଆଇପିଏଲରେ ଖେଳିବେନି ସୁରେଶ ରାଇନା

ନୂଆଦିଲ୍ଲୀ,(କେପିଏନ୍‌ଏସ୍‌ ): ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍‌ର ଅଲ୍‌ ରାଉଣ୍ଡର୍‌ ସୁରେଶ ରାଇନା ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ନିଜର କିଛି ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦୁବାଇରେ ହେବାକୁ ଥିବା ଚଳିତ ବର୍ଷର ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ ନାହିଁ । ଯେଉଁଥି ପାଇଁ ଚେନ୍ନାଇ ସୁପର କିଙ୍ଗ୍‌ ଟିମ୍‌କୁ ବଡ଼ ଝଟ୍‌କା ଲାଗିପାରେ ବୋଲି ଚେନ୍ନାଇ ଦଳର ପ୍ରସଂଶକମାନେ ଦୁଃଖ ପ୍ରକାଶ କରିଛନ୍ତି ।
ଦୀପକ ଚହରଙ୍କ ସମେତ ଦଳର ୧୧ ଜଣଙ୍କୁ କରୋନା ପଜିଟିଭ୍‌ ଆସିଥିବା ବେଳେ ରାଇନାଙ୍କ ନଖେଳିବା ଦଳ ପାଇଁ ବହୁତ ଦୁଖଦ ଖବର ବୋଲି ଦଳର ପ୍ରଶଂସକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହେନ୍ଦ୍ର ସିଂ ଧୋନୀ ପରେ ଦଳର ଲୋକପ୍ରିୟ ଖେଳାଳୀ ହେଉଛନ୍ତି ସୁରେଶ ରାଇନା ।

Leave A Reply

Your email address will not be published.