ppurohit

କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁଡ଼ିକ ଦର୍ଶନ

2nd

ବଲାଙ୍ଗିର, (କେପିଏନ୍‌ଏସ) : ଆଜି ମହାଶିବରାତ୍ରି ଅବସରରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଜିଲ୍ଲା କାର୍ୟ୍ୟକର୍ତ୍ତାଙ୍କ ସହ ବଲାଙ୍ଗୀର ଜିଲ୍ଲା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁଡ଼ିକ ଦର୍ଶନ କରାଯାଇଛି । ଏହି କାର୍ୟ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳଙ୍କ ସମେତ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା କୋଷାଧ୍ୟକ୍ଷ ସୁଶିଲ ସାହୁ, ସୁବର୍ଣ୍ଣପୁର ଜିଲ୍ଲା ଅଧ୍ୟକ୍ଷ ବ୍ୟାସଦେବ ମିଶ୍ର, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର ବାରିକ୍, ବ୍ଲକ୍ ପ୍ରଭାରୀ ଶଙ୍କର୍ ଅଗ୍ରୱାଲ, ବ୍ଲକ୍ ଉପସଭାପତି ନେପାଲ ସା, ସୁମନ୍ତ ବିଶ୍ଵାଳ, ସୀତାରାମ ପ୍ରଧାନ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ବଦ୍ରିନାଥ ହୋତା, ରବୀନ୍ଦ୍ର ନାଏକ, ରାଜୁ ନାଏକ, ବିଭୁ ଗୁରୁ, ସୁମିତ୍ ଚନ୍ଦନ, ରାହୁଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.