ଦିବସଙ୍କ ସହାୟତାରେ ଉଦ୍ଧାର ହେଲେ ଦାଦନ ଶ୍ରମିକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ବେଳପଡା ବ୍ଲକ ସୁଲେକେଲା ପଞ୍ଚାୟତର ଚନ୍ଦରପୁର ଗାଁର ଦାଦନ ଶ୍ରମିକମାନେ ଆନ୍ଧ୍ରପ୍ରଦେଶ ରାଜ୍ୟରେ ଫସି ରହିଥିଲେ । ତେବେ ତାଙ୍କର ଭିତରେ କିଛି ମହିଳା ଆଉ ଛୋଟ ଛୋଟ ଛୁଆମାନେ କାମ କରିବା ପାଇଁ ଦାଦନ ଖଟି ଯାଇଥିଲେ । ଇଟାଭାଟି ମାଲିକ ସେମାନଙ୍କୁ ନିର୍ଯ୍ୟାତନା ଦେବା ସହ ଗୋଟିଏ ସପ୍ତାହ ହେଲାଣି କିଛି ଖାଇବା ପାଇଁ ନ ଦେବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଦାଦନ ଶ୍ରମିକ ମାନେ । ଏନେଇ ଏଭଳି ସମସ୍ୟାକୁ ନେଇ ସମାଜସେବୀ ଦିବସ ସାହୁ ଜାଣିବା ପରେ ସେହି ସ୍ଥାନର ପ୍ରଶାସନକୁ ଯୋଗାଯୋଗ କରିଥିଲେ । ତେବେ ଦୁଇଘଣ୍ଟା ଭିତରେ ବିଜୟନଗରମ ଜିଲ୍ଲାର ପୋଲିସ ପ୍ରଶାସନ ଶ୍ରମିକମାନଙ୍କୁ ଉଦ୍ଧାର କରି ରେଳଷ୍ଟେସନରେ ଛାଡ଼ିଥିବା ବେଳେ ଦାଦନ ଶ୍ରମିକମାନେ ଆଜି ସକାଳେ ତାଙ୍କ ଘରକୁ ଫେରି ସାରିଥିବା ଜଣାପଡିଛି । ଏଭଳି ମହାନତାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ପ୍ରଂସଶା ପାଲଟିଛି ।

Leave A Reply

Your email address will not be published.