କେନ୍ଦୁଝର ଜିଲ୍ଲା ବାଲିଯୋଡି ନିକଟରେ ଭୟଙ୍କର ସଡକ ଦୁର୍ଘଟଣା : ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲା ପୋଡାମାରି ଅଞ୍ଚଳର ୭ଜଣ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦୁଝର ଭୟଙ୍କର ସଡକ ଦୁର୍ଘଟଣା ନେଇ ଅଧା ରହିଲା ମା’ ତାରିଣୀଙ୍କ ଦର୍ଶନ । ଟୁରିଷ୍ଟ୍‌ ଗାଡି ଦୁର୍ଘଟଣା ହୋଇ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଘଟଗାଁ ବାଲିଯୋଡି ନିକଟରେ ଏଭଳି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ବ୍ରେକ୍‌ଡାଉନ୍‌ ଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା ଟୁରିଷ୍ଟ୍‌ ଗାଡି । ସମସ୍ତ ମୃତକ ପାଟପୁର ଥାନା ପୋଡାମାରି ଗାଁର ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦିଗପହଣ୍ଡିରୁ କିଛି ଲୋକ ଏକ ୱିଙ୍ଗର୍‌ ଗାଡିରେ ମା’ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିଲେ । ବାଲିଯୋଡ଼ି ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଆଇରନ୍‌ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା ୱିଙ୍ଗର୍‌, ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଗାଁ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି । କୌଣସି ଯାତ୍ରୀଙ୍କର ପରିଚୟ ମିଳି ପାରିନାହିଁ ।

Leave A Reply

Your email address will not be published.