ସଡକ ଦୁର୍ଘଟଣାରେ ଜଣେ ମୃତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ମଦଭାଟି ପଡ଼ା ମୁଖ୍ୟ ରାସ୍ତାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛ‌ନ୍ତି । ଟିଟିଲାଗଡ ରେ ରେଳବାଇ କାମ କରୁଥିବା ଏ ଆର୍ଏସଏସ କମ୍ପାନୀର ଟ୍ରକ ଦୃତଗତିରେ ଆସି ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତି ଉପରକୁ ଚଢି ଯାଇଥିଲା । ଯୁବକ ଜଣଙ୍କର ଗୋଡ଼ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗମ୍ଭୀର ଆଘାତ ହୋଇଛି । ଯୁବକ ଜଣକ ମଦଭାଟି ପଡ଼ାର କୁମୁଦ ପାଢ଼ୀ (ବୟସ- ୪୫) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଟ୍ରକ ଚାଳକକୁ ଆୟତ୍ତ କରି ପୋଲିସ ଜିମାରେ ଦେଇଛନ୍ତି । ଉକ୍ତ ବ୍ୟକ୍ତିକୁ ସ୍ଥାନୀୟ ଲୋକେ ତୁରନ୍ତ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ବ୍ୟକ୍ତିଙ୍କର ପ୍ରାଥମିକ ଚିକିତ୍ସା କରି ବଲାଙ୍ଗୀର ଡ଼ାକ୍ତରଖାନାକୁ ସ୍ଥାନନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବଲାଙ୍ଗୀର ଡ଼ାକ୍ତରଖାନାକୁ ପହଞ୍ଚିବା ପୂର୍ବରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ଅପରପକ୍ଷରେ ମୃତ ବ୍ୟକ୍ତି ଜଣକ ପରିବାରର ଏକ ମାତ୍ର ରୋଜଗାରର ମଧ୍ୟମ ଥିବାରୁ ପରିବାର ପାଇଁ ସ୍ଥାନୀୟ ଲୋକ ଗାଡ଼ିକୁ ଘଟଣା ସ୍ଥଳରେ ଅଟକ ରଖି କ୍ଷତିପୂରଣ ଦାବୀ କରିଛନ୍ତି । ଟିଟିଲାଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ଆୟତ୍ତ କରିଛି ।

Leave A Reply

Your email address will not be published.