ଅବସର ନେଲେ ସଚ୍ଚିଦାନନ୍ଦ ହନୁମାନ (ଓ.ପ୍ର.ସେ.)

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଚ୍ଚିଦାନନ୍ଦ ହନୁମାନ, ଓ.ପ୍ର.ସେ. ଚାକିରୀରୁ ଅବସରରେ ନେଇଥିବା ବେଳେ କଲେକ୍‌ଟୋରିଏଟ୍‌, ବଲାଙ୍ଗିରରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାପାଳ ଅରବିନ୍ଦ ଡାକୁଆ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ତାଙ୍କ ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ପ୍ରତ୍ୟୁତ୍ତରରେ ଶ୍ରୀ ହନୁମାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.