ପ୍ରଣବ ମୁଖାର୍ଜୀଙ୍କ ପରଲୋକ : ନରସିଂହଙ୍କ ଶୋକବ୍ୟକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ନିଧନରେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି । ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, ପ୍ରଣବ ଦା’ଙ୍କ ନିଧନ ଯୋଗୁଁ ଦେଶ ଏକ ବଡ ରାଷ୍ଟ୍ରନେତା ତଥା ଦକ୍ଷ ପ୍ରଶାସକଙ୍କୁ ହରେଇଲା । ତାଙ୍କ ନିଧନରେ କଂଗ୍ରେସ ଦଳ ମଧ୍ୟ ଜଣେ ବନ୍ଧୁ, ଶୁଭେଚ୍ଛୁ ତଥା ମାର୍ଗଦର୍ଶକଙ୍କୁ ଚିର ଦିନ ପାଇଁ ହରେଇଲା । ମୁଁ ନିଜେ ମଧ୍ୟ ମୋର ଜଣେ ଶୁଭଚିନ୍ତକଙ୍କୁ ସବୁଦିନ ପାଇଁ ହରେଇଲି । ତାଙ୍କ ସହିତ ମୋର ବହୁତ ଦିନରୁ ଭଲ ସମ୍ପର୍କ ଥିଲା । ତାଙ୍କ ନିଧନ କେବଳ ମୋ ପାଇଁ ନୁହେଁ, କଂଗ୍ରେସ ଦଳ ଓ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ଦୀର୍ଘ ୨୨ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ତାଙ୍କ ପରଲୋକ ହୋଇଛି।

Leave A Reply

Your email address will not be published.