pr

ମହାନଦୀ ଧାରା ତରଫରୁ ପ୍ରାଥମିକ ସଚେତନତା ତାଲିମ

dr. purohit

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ସଦର ମହାନଦୀ ଧାରା ଶିକ୍ଷାନୁଷ୍ଠାନରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମାହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରିନ୍‌ସିପାଲ୍‌ ପ୍ଲାବନ ସଭାପତିତ୍ୱ କରି ଯୁବ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ସେମାନଙ୍କ ଜୀବନ ବଂଚାଇ ପାରିବାରେ ସହାୟକ ହେବେ ବୋଲି ମତବ୍ୟକ୍ତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ତଥା ସେଂଟଜନ ଆମ୍ବୁଲେନସ୍‌ର ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ ଏବଂ ବଲାଙ୍ଗିର ଜିଲ୍ଲା ଡେଙ୍ଗ ସ୍କୁଲର କାଉନସିଲର ରାମ ନାରାୟଣ ଦାଶ ପ୍ରାଥମିକ ଚିକିତ୍ସାର ତାଲିମ ଦାତା ଭାବରେ ଯୋଗଦେଇ ୩୫ଜଣ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଉଦ୍ଦେଶ୍ୟ, ଲକ୍ଷ୍ୟ, ମୂର୍ଚ୍ଛା, ସକ୍‌, ଡିଆର୍‌ଏସ୍‌ବସି, ସିପିଆର, ରକ୍ତସ୍ରାବ, ଫ୍ରାକଚର, ରୋଗୀ ସ୍ଥାନାନ୍ତରଣ ଏବଂ ବ୍ୟଣ୍ଡେଜ ଭଳି ବିଭିନ୍ନ ବିଷୟରେ ତାଲିମ ଦେଇଥିଲେ । ଜୁନିଅର ରେଡକ୍ରସ ବରିଷ୍ଠ ସାଧନକ କର୍ମୀ ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମହାପାତ୍ର, ପରାମର୍ଶଦାତା ଗୋପେଶ ପଣ୍ଡା ଡେମୋନେଷ୍ଟ୍ରଟର ଭାବରେ ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.