pr

ନିମୋନିଆରୁ ରକ୍ଷା ପାଇବାକୁ ଶିଶୁ ମାନଙ୍କ ଟୀକାକରଣ ସଂପର୍କରେ ମା’ମାନଙ୍କୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ସଚେତନତା

dr. purohit

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା:ପ: ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗ୍ରାମରେ ଗତତାକଲି ସକାଳ ଘ.୧୦:୩୦ମି. ସମୟରେ ଏନ୍ଏମ୍‌ ପଙ୍କଜିନୀ ଦୋରା ନିମୋନିଆରୁ ରକ୍ଷା ପାଇବାକୁ ଶିଶୁ ମାନଙ୍କ ଟୀକାକରଣ ସଂପର୍କରେ ମା’ମାନଙ୍କୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ସଚେତନ କରିଛନ୍‌ନ୍ତି । ଏଥି;ରେ ଅଙ୍ଗନବାଡ଼ିକର୍ମୀ ଉଷେ ଦୀପ, ଅଙ୍ଗନବାଡ଼ି କର୍ମୀ ଆଶାମତି ସମରଥ ଏବଂ ଉପସ୍ଥିତ ପ୍ରସୂତି ମା’ମାନଙ୍କୁ ଏନ୍ଏମ୍ ନିମୋନିଆର ଲକ୍ଷଣ ଶିଶୁମାନଙ୍କ କାଶ ଓ ଥଣ୍ଡା ଚଢିବା, ଦୃତଗତିରେ ନିଶ୍ବାସ ପ୍ରଶ୍ଵାସ ନେବା, ନିଶ୍ବାସ ପ୍ରଶ୍ଵାସ ନେବା ବେଳେ ଛାତି ତଳ ଭିତରକୁ ପଶିଯିବା, ଅତ୍ୟଧିକ ଜ୍ଵର ହେବା ଏବଂ ନିମୋନିଆର ଗୁରୁତର ଲକ୍ଷଣ ଖାଇବା ପିଇବା କରି ନ କରିବା, ବାତ ମାରିବା ଭଳି ଲକ୍ଷଣ ଓ ନିସ୍ତେଜ କିମ୍ବା ଅତ୍ୟଧିକ ଶୋଇରହିବା ସଂପର୍କରେ ପୁଂଖାନୁପୁଂଖ ବୁଝାଇଥିଲେ । ଶିଶୁମାନଙ୍କ ସଫା ସୁତୁରା ଯତ୍ନ ନେବା, ଉଚିତ୍ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ନିମୋନିଆର ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବେ ବୋଲି ସମସ୍ତ ମା’ମାନଙ୍କୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ଦିଆଯାଇଥିବା ପ୍ରଚାର ପତ୍ର ସହିତ ସଚେତନ କରିଥିଲେ ।

nrusinghnath
Leave A Reply

Your email address will not be published.