ନାଚିନ୍ଦାରେ କରୋନା ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଦେଶରେ ବିଶ୍ଵ ମହାମାରୀ କରୋନାର ଦ୍ୱିତୀୟ ଲହର ଉଦ୍‌ବେଗ ଜନକ ସ୍ଥିତିରେ ରହିଥିବାବେଳେ ଭୋଗରାଇ ବ୍ଲକ ଅଞ୍ଚଳର ସ୍ଥିତି ମଧ୍ୟ ଅନୁରୂପ ଭାବେ ଗମ୍ଭୀର ହେବାକୁ ଯାଉଛି । ଏପରି ଦୁଃସମୟରେ ଏହାର ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ବ ଓ ମାକ୍ସ ପରିଧାନକୁ ଅଧିକାଂଶ ଜନସାଧାରଣ ଗୁରୁତ୍ୱ ଦେଉ ନଥିବାରୁ ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମର ମଙ୍ଗଳ ଚଣ୍ଡି ମନ୍ଦିର ସମ୍ମୁଖରେ ଗ୍ରାମର ସମାଜସେବୀ ଗଜାନନ ମହାପାତ୍ର ଓ ଜୟଦେବ ଦାସଙ୍କ ଦ୍ୱାରା ଏକ ସମୂହ ସଚେତନତା କାର୍ୟ୍ୟକ୍ରମ ଯଥା ମାକ୍ସ ବଣ୍ଟନ ଓ ପଥିକଙ୍କୁ ଥଣ୍ଡା ସରବତ ବିତରଣ ସହ ସଡ଼କ ସୁରକ୍ଷା ଓ ହେଲିମେଟ୍ ପରିଧାନ ଉପରେ ଗୁରୁତ୍ୱ ପ୍ରଦାନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଉକ୍ତ ପଥପ୍ରାନ୍ତ କାର୍ୟ୍ୟକ୍ରମକୁ ଓଡି଼ଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ସମ୍ପାଦକ ତଥା ଆଇନଜୀବୀ ରାଜକିଶୋର ଜେନା ଉଦ୍‌ଘାଟନ କରିବା ସହ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର ତଥା ପ୍ରମେୟର କମର୍ଦ୍ଦା ପ୍ରତିନିଧି ରାଜକୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଦିବସବ୍ୟାପୀ ଉକ୍ତ କାର୍ୟ୍ୟକ୍ରମକୁ ପରିଷଦର ସ୍ୱେଛାସେବୀ ଉତ୍ତମ ମହାନ୍ତି, ମାନସ ମହାପାତ୍ର, ଜୟନ୍ତ ଗାନ, ଦେବବ୍ରତ ମହାପାତ୍ର, ଦୁଷ୍ମନ୍ତ ଚୌହାନ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.