oom

ବେନାଗୁଡା ଓ ଅଲାତରାରେ କରୋନା ସଚେତନତା କାର୍ଯ୍ୟକ୍ରମ

jsmm

କଳାହାଣ୍ଡି (ପି .କେ. ସାହୁ)କଲାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅନ୍ତର୍ଗତ ବେନାଗୁଡା ଏବଂ ଅଲାତରା ଗ୍ରାମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଅନୁକୂଲ୍ୟରେ ବିବେକାନନ୍ଦ ୟୁଥ କ୍ଲବ ବେନାଗୁଡା ଓ ଅଲାତରାରେ କରୋନା ଭାଇରସ୍‌ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଗଣାରେ ମାସ୍କ ବଣ୍ଟନ, ମାସ୍କ କିପରି ବ୍ୟବହାର କରିବା, ସମାଜିକ ଦୂରତା କିପରି ଅବଲମ୍ବନ କରିବା, ବୃଦ୍ଧ ବୟସ୍କ ଲୋକଙ୍କ ସେବା କିପରି କରିବା ସେ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ବେଛାସେବୀ ମିଲନ କମାର ଭୋଇ କାର୍ୟ୍ୟକ୍ରମରେ ନେତୃତ୍ୱ ନେଇଥିବା ବେଳେ ୟୁଥ ଲିଡର ସନତ କୁମାର ସାହୁ କାର୍ୟ୍ୟକ୍ରମଟିକୁ ପରିଚାଳନା କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମରେ ଉକ୍ତ କ୍ଳବର ସଭାପତି ନବୀନ ଚନ୍ଦନ ଓ ବିବେକାନନ୍ଦ ୟୁଥ କ୍ଳବ ଅଲାତରାର ସମ୍ପାଦକ ସୁଶାନ୍ତ ବିଶି ଓ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ୟ୍ୟକ୍ରମଟିକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.