ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଫୁଟିବ ନାହିଁ ବାଣ : କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ କେଜ୍ରିୱାଲ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସରକାର ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଦୂଷଣ ଏବଂ କରୋନା ବୃଦ୍ଧି ନେଇ ଦିଲ୍ଲୀ ସରକାର ଆଜି ଏକ ବୈଠକ ଡାକାଇଥିଲେ । ଏଥିରେ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସମସ୍ତ ଡିଏମ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଦୀପାବଳି ପର୍ବରେ ଭିଡ଼ ଏବଂ ପ୍ରଦୂଷଣ ହେତୁ କରୋନା ଭାଇରସ୍‌ ବିପଦ ବଢ଼ାଇବା ଭଳି ଆଶଂକା ସୃଷ୍ଟି କରିଛି । ଏଣୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର ।

Leave A Reply

Your email address will not be published.