ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ପଞ୍ଚମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

  • ଉତ୍ପାଦକ ଗୋଷ୍ଠୀ ଓ କର୍ମୀଙ୍କୁ ମାନପତ୍ର ଦେଇ ସମ୍ମାନିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମା କଲ୍ୟାଣମଣ୍ଡପରେ ବିଓଡ଼ି ସଦସ୍ୟା କେତକୀ ହଂସଙ୍କ ସଭାପତିତ୍ୱରେ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ପଞ୍ଚମ ବାର୍ଷିକ ସାଧାରଣ ସଭା ଆର୍ଥିକ ବର୍ଷ ୨୦୨୪ -୨୫ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏପିସି ପ୍ରକଳ୍ପ ଅନ୍ତର୍ଗତ ମୁରିବାହାଲ ବ୍ଲକର ୬ ଗୋଟି ଗ୍ରାମ ପଞ୍ଚାୟତର କମ୍ପାନୀର ସେୟାର ହୋଲ୍ଡର, ବିଓଡି ଡାଇରେକ୍ଟର ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ସମ୍ମାନିତ ଅତିଥି ଭାବରେ ପ୍ରଦାନ ସଂସ୍ଥାର ପ୍ରତିନିଧି ବିଭୁବନ୍ତ ବରାଡ, ରମାକାନ୍ତ ପାତ୍ର, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ବ୍ଲକ ମିଶନ ଶକ୍ତି ବିପିସି ଉଜ୍ଜ୍ୱଳ ପୁଟେଲ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ବୃନ୍ଦ କମ୍ପାନୀର କାମକୁ ଉତ୍ସାହିତ କରିବା ସହିତ ତାହାର ଉଜ୍ୱଳ ଭବିଷ୍ୟତର କାମନା କରିଥଲେ । ବିଓଡ଼ି ସଦସ୍ୟା ନମିତା ତାଣ୍ଡି ବାର୍ଷିକ ବିବରଣୀ ପଠନ କରିଥିବାବେଳେ ହିସାବ ରକ୍ଷକ ବୈଷ୍ଣବୀ ମହାକୁର ବାର୍ଷିକ ଆୟବ୍ୟୟ ବିବରଣୀ ପାଠ କରିଥିଲେ । ଅନୁଷ୍ଠିତ ସଭାରେ
ବାର୍ଷିକ ଯୋଜନା ଉପସ୍ଥାପନ, ନୂତନ ବିଓଡି ସଦସ୍ୟା ଚୟନ, ଅଡିଟର ନିଯୁକ୍ତି ଇତ୍ୟାଦି ବିଷୟରେ ଆଲେଚନା କରାଯାଇ ସେସବୁକୁ ସମସ୍ତଙ୍କ ସକ୍ରିୟ ସହଭାଗିତାରେ ଗୃହୀତ କରାଯାଇଥିଲା । ଏହି ଆର୍ଥିକ ବର୍ଷରେ ସଫଳତାର ସହିତ ଚାଷ, ବ୍ୟବସାୟ ଓ ଉତ୍ପାଦନ ବୃଦ୍ଧି ସହିତ କଂପାନୀର ବିକାଶରେ ସହଯୋଗୀ ହୋଇଥିବା ଉତ୍ପାଦକ ଗୋଷ୍ଠୀ ଓ କର୍ମୀଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସଭାକୁ ସଞ୍ଜିତା ହାତୀ ଓ ସଞ୍ଜୀବ କୁମାର ବାରିକ ପରିଚାଳନା କରିଥିବାବେଳେ ପ୍ରକାଶ କୁମାର ବନ୍ଦିଛୋର ସହାୟତା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜନମୁକ୍ତି ଅନୁଷ୍ଠାନ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ୧ କାର୍ଯ୍ୟକ୍ରମ ଶେଷରେ ଚନ୍ଦନ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.