oum

ପଦ୍ମପୁରରେ ଏନ.ଏ.ସି. ଦ୍ୱାରା ନିର୍ମିତ ରାସ୍ତା ଘାଟ ଉପରେ ପ୍ରଶ୍ନବାଚୀ ?

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଏନ.ଏ.ସି.ର ୱାର୍ଡ ନଂ ୭ (କପସିଲା ଗ୍ରାମକୁ ରାସ୍ତା)ରେ ନିର୍ମିତ ହୋଇଥିବା ରାସ୍ତାର ବ‌ର୍ତ୍ତମାନ ଅବସ୍ଥା କହିଲେ ନ ସରେ । ଏହି ରାସ୍ତା ଗତ ୨୦୧୯-୨୦ରେ ୫,୩୩,୬୦୦ ଟଙ୍କାର ବ୍ୟୟ ଅଟକଳରେ ଠିକାଦାର ସୁଶୀଲ କୁମାର ଚାନ୍ଦ ତିଆରି କରିଥିଲେ । ହେଲେ ଦୁଇ ବର୍ଷ ନ ପୁରୁଣୁ ରାସ୍ତାର ଗେଟି ମାନ ସବୁ ଉଠି ରାସ୍ତା ପୁରାପୁରି ବିକୃତ ଅବସ୍ଥାରେ । ଲୋକେ ଚଳାଚଳ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାନ ବାହନ ଜାତାୟତ ପାଇଁ ମଧ୍ୟ ବହୁ ଅସୁବିଧା ହେଉଛି । ଯଦି ଆକସ୍ମିକ ଭାବରେ କୌଣସି ଦୁର୍ଘଟଣା ଘଟେ ତା ହେଲେ ପିଡିତ ଗମ୍ଭୀର ଆଘାତ ପାଇବାର ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି । ଏପରି ନିମ୍ନ ମାନର କାର୍ୟ୍ୟ କରି ସରକାରୀ ରାଜସ୍ୱକୁ ହରିଲୁଟ କରିବା କେତେ ଯୁକ୍ତିଯୁକ୍ତ ତାହା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ସୃଷ୍ଟି ହେଉଛି ।

Leave A Reply

Your email address will not be published.