ସୁନ୍ଦରଗଡ଼ : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଘରୋଇ ବସ୍ । ଜଣେ ମୃତ ୩୦ ଆହତ । ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଲରେ ପୋଲିସ ପହଞ୍ଚି ଅଗ୍ନିଶମ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ କରୁଛି । ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେରେ ସୁନ୍ଦରଗଡ଼ କିଞ୍ଜିରକେଲାରୁ ମା ସମଲେଶ୍ୱରୀ ନାମକ ଘରୋଇ ବସ ସୁନ୍ଦରଗଡ଼ ଆସୁଥିଲା । ଟାଙ୍ଗରମୁଣ୍ଡା ନିକଟରେ ବସ୍ଟି ପ୍ରଥମେ ଏକ ବାଇକ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ଘଟଣାସ୍ଥଲରେ ପୋଲିସ ପହଞ୍ଚି ଅଗ୍ନିଶମ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ କରୁଛି । ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି
Next Post