om academy

ରୋଗୀଙ୍କ ସହ ହସ୍ପିଟାଲ ଆସି ଉତ୍ସାହିତ ହୋଇ ରକ୍ତଦାନ କଲେ ଆଶାକର୍ମୀ 

jsm

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ପ୍ରାୟ ୨ଟାରେ ପୁଇଁନ୍ତଲାଲା ବ୍ଲକ ଜୁନହାପଦରର ଜଣେ କିଡନୀ ରୋଗୀଙ୍କୁ ଡାଇଲେସିସ ପାଇଁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାର ଲୋକେ । ରୋଗୀଙ୍କୁ ରକ୍ତ ଦରକାର ଥିବା ଖବର ପାଇ ଦେଓଗାଁ ବ୍ଲକର ସ୍ବେଛାସେବୀ ନିତ୍ୟାନନ୍ଦ ଷଡଙ୍ଗୀଙ୍କ ଯୋଗାଯୋଗରେ ସ୍ୱେଚ୍ଛାସେବୀ ସନ୍ତୋଷ କର୍ମୀ ରକ୍ତଦାନ ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । ଏହି ସମୟରେ ରୋଗୀଙ୍କ ସହ ଆସିଥିବା ଆଶାକର୍ମୀ ଲକ୍ଷ୍ମୀଶାନ୍ତି ନାୟକ ଉକ୍ତ ସ୍ବେଛାସେବୀଙ୍କ ଦ୍ଵାରା ସଚେତନ ଓ ଉତ୍ସାହିତ ହେବା ପରେ ନିଜେ ରକ୍ତଦାନ କରିଥିବା ଜଣାପଡିଛି । ଆଶାକର୍ମୀ ଜଣକ ରକ୍ତଦାନ କରିବା ପରେ ଅନ୍ୟମାନଙ୍କ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.