oom

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର : ୧୫୧ ୟୁନିଟ ରକ୍ତ ସଂଗ୍ରହ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ଯୁବ ସମଜସେବୀ ସୋମନାଥ ମିଶ୍ରଙ୍କ ଜନ୍ମ ଦିନରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଝରାଣୀପାଲି ଏବଂ ପୁଇଁତଲା ବ୍ଲକର ଜଲଜଡ଼ ଠାରେ ଦୁଇଟି ମେଗା ରକ୍ତଦାନ ଶିବିର କରାଯାଇଥିଲା । ବିଙ୍ଗ ହ୍ୟୁମାନ ଆଗଲପୁର ବ୍ଲକ ଦ୍ୱାରା ଝରାଣୀପାଲିରେ ଆୟୋଜିତ ମେଗା ରକ୍ତ ଦାନ ଶିବିରରେ ୮୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବିଙ୍ଗ ହ୍ୟୁମାନ ପୁଇଁତଲା ବ୍ଲକ ଦ୍ୱାରା ଜଲଜଡ଼ରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବଲାଙ୍ଗିର ରକ୍ତ ଭଣ୍ଡାରର କର୍ମକର୍ତ୍ତା ଉଭୟ ସ୍ଥାନରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.